ଜଳିଗଲା ମାଛ ଓ ଚିଙ୍ଗୁଡ଼ି ଗୋଦାମ
ପୁରୀ: ପୁରୀ କୃଷ୍ଣପ୍ରସାଦରେ ଏକ ମାଛ ଓ ଚିଙ୍ଗୁଡ଼ି ଗୋଦାମରେ ନିଆଁ ଲାଗିଥିବା ସୂଚନା। ଛାଡ଼ଖାଇ ପାଇଁ ଗୋଦାମରେ ମହଜୁଦ ଥିଲା ମାଛ ଓ ଚିଙ୍ଗୁଡ଼ି। ୩ ଲକ୍ଷ ଟଙ୍କାର ମାଛ ଚିଙ୍ଗୁଡ଼ି ପୋଡ଼ି ଯାଇଥିବା ଜଣାପଡ଼ିଛି। ଯମୁନା ଗାଁ ପାଖ ଚିଲିକା କୂଳରେ ପବିତ୍ର ସାହୁଙ୍କ ଗୋଦାମରେ ନିଆଁ ଲାଗିଛି।