କେଶରୀୟା ହିନ୍ଦୁ ବାହିନୀ ଓଡ଼ିଶା ସଂଗଠନ ତରଫରୁ କ୍ୟାପିଟାଲ ହସ୍ପିଟାଲ୍ ଠାରେ ଜଳଖିଆ ବଣ୍ଟନ

ଭୁବନେଶ୍ୱର: ଆଜି କେଶରୀୟା ହିନ୍ଦୁ ବାହିନୀ ଓଡ଼ିଶା ସଂଗଠନ ତରଫରୁ ଭୁବନେଶ୍ୱର ଜିଲ୍ଲା ଯୁବ ମୋର୍ଚ୍ଚା କମିଟି ନେତୃତ୍ୱ ରେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲ୍ ଠାରେ ଜଳଖିଆ ବଣ୍ଟନ କାର୍ଯ୍ୟକ୍ରମ କରାଗଲା। ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସାର୍ଥକ ମହାପାତ୍ର ଙ୍କ ନେତୃତ୍ୱ ରେ ହୋଇଥିବା କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀ ସନ୍ତୋଷ ଭୋଳ, ରାଜ୍ୟ କାର୍ଯ୍ୟକାରୀ ସଭାପତି ରୁଦ୍ର ନାରାୟଣ ଜିତ୍ ବାବୁ, ରାଜ୍ୟ ମାର୍ଗଦର୍ଶକ ପ୍ରଦ୍ୟୁମ୍ନ ଦାଶ, ରାଜ୍ୟ କୋର୍ କମିଟି ଉପସଭାପତି ପ୍ରସନ୍ନ ମହାନ୍ତି, ରାଜ୍ୟ ଉପସଭାପତି ସଞ୍ଜୟ ବାରିକ, ରାଜ୍ୟ ଉପସଭାପତି ଆର୍ୟାବ୍ରତ ସାମଲ, ରାଜ୍ୟ କୋଷାଧ୍ୟକ୍ଷ ଦେବାଶିଷ ମିଶ୍ର, ରାଜ୍ୟ ଆଇନ୍ ପରାମର୍ଶଦାତା ଗୋପାଳ ପଟ୍ଟନାୟକ, ରାଜ୍ୟ ଉପସଭାପତି ତଥା ସୂଚନା ପ୍ରମୁଖ ବ୍ରହ୍ମ ପ୍ରସାଦ ମହାପାତ୍ର, ରାଜ୍ୟ ରାଲୀ ପ୍ରମୁଖ ନିଗମ ମହାନ୍ତି, ଢେଙ୍କାନାଳ ଜିଲ୍ଲା ସଭାପତି ଗୁରୁ ଚରଣ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତ୍ରିଲୋଚନ ଦାସ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ବନ୍ଦନା ଦାଶ କାନୁନଗୋ, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାପତି ବିନ୍ଦୁଜ। ଉପାଧ୍ୟାୟ, ଭୁବନେଶ୍ୱର ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦକ ଲକ୍ଷ୍ମୀପ୍ରିୟା ମିଶ୍ର, ଭାବୁନେଶ୍ୱର୍ ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦକ ସରସ୍ଵତୀ ପୃଷ୍ଟି, ଭୁବନେଶ୍ୱର ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ରାଜୀବ ମିଶ୍ର, ସମ୍ପାଦକ ପ୍ରତ୍ୟୁଷ ପରିଜା, ଧନେଶ୍ଵର ମଲ୍ଲିକ, ସମ୍ବିତ ପାତ୍ର, ପ୍ରୁଥ୍ଵିଯିତ୍ ଦାଶ, ବିଶ୍ବରଂଜନ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ କୁ ସଫଳତା ର ସହ ସମାପନ କରିଥିଲେ।