ଓଡ଼ିଶାର କଳାହାଣ୍ଡି ଚାଷୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Dec 29, 2024 - 23:14
 22

ଭୁବନେଶ୍ୱର: ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶାର କଳାହାଣ୍ଡି ଚାଷୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ କହିଲେ ଯେ ସ୍ବଳ୍ପ ଜଳସମ୍ପଦ ସତ୍ତ୍ବେ ପରିବା ଚାଷରେ ବିପ୍ଳବ ଆସିଛି। କଳାହାଣ୍ଡି ପରିବା ଏବେ ସାରା ବିଶ୍ବରେ ପହଞ୍ଚୁଛି ବୋଲି କହିଲେ ମୋଦି। କଳାହାଣ୍ଡିର ଗୋଲମୁଣ୍ଡା ବ୍ଲକ ଆଜି ପରିବା ହବ୍‌ ରେ ପରିଣତ ହୋଇଛି, ୧୦ଜଣ ମିଶି ଚାଷୀ ଉତ୍ପାଦନ ସଙ୍ଗଠନ (FPO) କରିଥିଲେ। ଏହି FPOରେ ଏବେ ୨୦୦ ଚାଷୀ ଯୋଡ଼ି ହୋଇଛନ୍ତି। FPO ଜରିଆରେ କୋଟି କୋଟି ଟଙ୍କା ବ୍ୟବସାୟ ହେଉଛି। ୨୦୦ ଏକରରେ ବିଲାତି ଓ ୧୫୦ ଏକରରେ କଲରା ଚାଷ କରୁଛନ୍ତି।