ମାନବିକତା ଦେଖାଇଲେ "ମୋ ପରିବାର"ର ପ୍ରତିଷ୍ଠାତା

Apr 17, 2025 - 23:06
 4
ମାନବିକତା ଦେଖାଇଲେ "ମୋ ପରିବାର"ର ପ୍ରତିଷ୍ଠାତା

ଜଟଣୀ: (ଶୁଭେନ୍ଦ୍ର ଶତପଥୀ)ସଦାସର୍ବଦା"ମୋ ପରିବାର" ନିଆରା ପ୍ରୟାସ କରିଚାଲିଛି ସେଥିପାଇଁ ଅନେକ ସ୍ଥାନରେ ମଧ୍ୟ ସମ୍ବର୍ଦ୍ଧିତ ହୋଇଛି l ରବିବାର ଦିନ "ମୋ ପରିବାର"ର ପ୍ରତିଷ୍ଠାତା ସମାଜସେବୀ ଶୁଭେନ୍ଦ୍ର ଶତପଥୀ ଘୋରଡ଼ିଆରେ ଚାଲିଥିବା କୁଞ୍ଜ ମେଳଣରୁ ସମ୍ବର୍ଦ୍ଧିତ ହେବା ପରେ ନିଜ ମୋଟର ସାଇକେଲରେ ଅନ୍ଧାର ରାତି ବର୍ଷା ଘଡଘଡ଼ି ଭୟଭିତ ହୋଇ ଆସିବା ବାଟରେ କିଛି ଲୋକଙ୍କୁ ଜଟଣୀ ରାସ୍ତା ପଚାରିଥିଲେ କେହି ଶୁଣି ନଥିଲେ l ଘୋରଡିଆରୁ କିଛି ବାଟ ଜଟଣୀ ନଦୀବନ୍ଧ ଦେଇ ଆସିବାକୁ ପଡେ ପ୍ରଥମ କରି ସେ ଏକା ଯାଇଥିଲେ l କିଛି ସମୟ ପରେ ନଦୀବନ୍ଧରେ ଏକ ସ୍କୁଟି ଅଟକି ଥିଲା ସେ ଜଟଣୀକୁ ଯିବା ରାସ୍ତା ଟି କହିଥିଲେ l ଶ୍ରୀ ଶତପଥୀ ଧନ୍ୟବାଦ ଦେଇ ଯେତେବେଳେ ମୋଟର ସାଇକେଲ ଷ୍ଟାଟ କରି ବାହାରିଲେ ସେହି ସମୟରେ ସ୍କୁଟି ଟି ଷ୍ଟାଟ ହୋଇ ନ ଥିଲା ତେଣୁ ସେ ପାଖକୁ ଯାଇ ଦେଖିଥିଲେ ଜଣେ ଯୁବତୀ ଥିଲେ ପାଖ ଗ୍ରାମର ସେହି ଠାରୁ ୭ରୁ୮କିଲୋମିଟର ହେବ ସେ ବହୁ ଚେଷ୍ଟା କରିଥିଲେ କିନ୍ତୁ ସ୍କୁଟି ଷ୍ଟାଟ ହୋଇ ନ ଥିଲା l ନଦୀବନ୍ଧ,ଅନ୍ଧାର ରାତି ଗୋଟେ ଝିଅ ତେଣୁ ଶ୍ରୀ ଶତପଥୀଙ୍କ ମନରେ ଅନେକ ଭୟଙ୍କର ପ୍ରଶ୍ନ ହେଉଥାଏ ତଥାପି ମନରେ ସାହସ କରି ସେ ବାଟରେ ଯାଉଥିବା ଲୋକଙ୍କୁ ସାହାଯ୍ୟ ମାଗିଥିଲେ ଏବଂ ଯୁବତୀଙ୍କୁ ଘରକୁ ଫୋନ କରି ଡାକିବାକୁ କହିଥିଲେ କିନ୍ତୁ ଦୁଃଖର ବିଷୟ କେହି ଶୁଣି ନ ଥିଲେ କି ଯୁବତୀଙ୍କ ଘରୁ ଆସିବାକୁ କେହିବି ନ ଥିଲେ l ୨୦ ମିନିଟ ପରେ ସେହି ବାଟ ଦେଇ ଯିବା ସମୟରେ ଜଣେ ଯୁବକଙ୍କ ଫୋନ ଆସିବାରୁ ସେ ଅଟକି ଫୋନରେ କଥା ହେଉଥିବା ସମୟରେ ସେ ବିକଳ ହୋଇ ଡାକିଥିଲେ l ଶ୍ରୀ ଶତପଥୀଙ୍କ କଥା ଶୁଣି ଆସିଥିଲେ l ଯୁବକଙ୍କ ସହଯୋଗରେ ପୁଣି ଘୋରଡ଼ିଆ ଫେରିଥିଲେ ଏବଂ ଗ୍ୟାରେଜରେ ସ୍କୁଟିକୁ କାମକରିବାକୁ ଦେଇଥିଲେ ଯେ ହେତୁ କାମ କାଲି ହେବ କହିବାରୁ ସେ ଯୁବତୀଙ୍କୁ ତାଙ୍କ ଘରକୁ ଛାଡିବାକୁ ଅନୁରୋଧ କରିଥିଲେ ଯେ ହେତୁ ସେ ଯୁବକ ପାଖ ଗାଁ ର ଥିଲେ l ଘଡ ଘଡି,ବର୍ଷା ଅନ୍ଧାର ରାତି ୧୫ କିଲୋମିଟର ଶ୍ରୀ ଶତପଥୀ ମନରେ ସାହସ ଓ ଭଗବାନଉପରେ ଦୃଢ଼ ବିଶ୍ୱାସ ମା"ଙ୍କୁ ଡାକିଡାକି ପହଞ୍ଚିଥିଲେ ଘରେ ଏବଂ ଉଭୟ ଭଲରେ ଘରେ ପହଞ୍ଚି ଥିବାର ଶ୍ରୀ ଶତପଥୀ ଫୋନ କରି ବୁଝି ଥିଲେ।