ସିଂହଦ୍ବାର ଗୁମୁଟରେ ରୁପା ଛାଉଣୀ କାର୍ଯ୍ୟ ଆରମ୍ଭ
ପୁରୀ: ଆରମ୍ଭ ହେଲା ପୁରୀ ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରେ ରୁପା ଛାଉଣୀ କାମ। ଯମଶିଳା ଉପରି ଭାଗ ପଥର ବନ୍ଧରେ ରୁପା ଛାଉଣୀ କାମ କରାଯାଇଛି। ସିଂହଦ୍ବାର ଗୁମୁଟ ବନ୍ଦ ଥିବା ବେଳେ ଏହି କାର୍ଯ୍ୟ କରାଯାଇଛି। ପତିତପାବନଙ୍କ ନିକଟ ପଥର ମଣିବନ୍ଧକୁ ରୁପା ଛାଉଣୀ କରାଯାଇଛି। ପରିଚାଳନା କମିଟି ନିଷ୍ପତ୍ତି ଅନୁସାରେ ରୁପା ଛାଉଣୀ କରାଯାଉଛି।