ବାଇକ୍ କୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଦେଇ ଯାଉଥିବା ଜାତୀୟ ରାଜପଥ ୪୯ ବେଲପାହାଡ଼ ମହିମା ଛକରେ ଦୁର୍ଘଟଣାରେ ଘଟି ଜଣଙ୍କ ମୃତ୍ୟୁ ହୋଇଛି ଓ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ବ୍ରଜରାଜନଗର ଯିବାବେଳେ ଏକ ବାଇକ୍ କୁ ଧକ୍କା ଦେଲା ଟ୍ରକ୍। ଘଟଣାସ୍ଥଳରେ ବେଲପାହାଡ଼ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।