ତେଲିଙ୍ଗିରି ଜଳଭଣ୍ଡାରରୁ ଲିକ୍

ଜୟପୁର: କୋରାପୁଟ ଜିଲ୍ଲା ରାଣୀଗଡ଼ ତେଳୀଙ୍ଗିରି ଜଳଭଣ୍ଡାରରୁ ପାଣି ଲିକ୍ ହେଉଥିବା ଜଣାପଡ଼ିଛି। ପାଣି ଲିକ୍ ଯୋଗୁ ପ୍ରଭାବିତ ହୋଇପାରେ କୋଟପାଡ଼ ଓ ବୋରିଗୁମ୍ମାରେ ୧୦ ହଜାର ହେକ୍ଟର ଚାଷଜମି। ତିନି ଦିନ ହେଲା ପାଣି ଲିକ୍ ହେଉଥିବା ସୂଚନା ମିଳିଛି। ସ୍ଲୁଇସ୍ ଗେଟ୍ ର ୧୦୦ ଫୁଟ୍ ତଳେ ଲିକ୍ ହୋଇଛି। ମରାମତି ପାଇଁ ଓଡ଼ିଶା ବାହାରୁ ଆସିବେ ବୈଷୟିକ ଟିମ୍। ଇନ୍ଦ୍ରାବତୀ ନଦୀରେ ମିଶୁଛି ତେଲେଙ୍ଗିରି ଜଳଭଣ୍ଡାରର ପାଣି।