କେନ୍ଦ୍ର ବଜେଟ୍ ଉପସ୍ଥାପିତ; ୧୨ ଲକ୍ଷ ଆୟ ଯାଏ କର ଛାଡ଼
ଭୁବନେଶ୍ୱର: ଲୋକ ସଭାରେ କେନ୍ଦ୍ର ବଜେଟ୍ ୨୦୨୫ ଉପସ୍ଥାପନ କଲେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ଆୟକର ଦାତାଙ୍କୁ ବଡ଼ ମିଳିଲା ଆଶ୍ବସ୍ତି। ୧୨ ଲକ୍ଷ ଆୟ ଯାଏ କର ଛାଡ଼ କଲେ ଅର୍ଥମନ୍ତ୍ରୀ । ଶସ୍ତା ହେବ LED ଓ LCD ଟିଭି। LED ଓ LCD ଟିଭି ଉପରେ କର ହ୍ରାସ କରାଯାଇଛି। ମୋବାଇଲ ଫୋନ ବ୍ୟାଟେରୀ ମଧ୍ୟ, ଚମଡ଼ାଜାତ ଦ୍ରବ୍ୟ, ଲିଥିୟମ ବ୍ୟାଟେରୀ ମଧ୍ୟ ଶସ୍ତା ହେବ ବୋଲି କହିଲେ ନିର୍ମଳା। ଶସ୍ତା ହେବ କ୍ୟାନ୍ସର ଓ ଜୀବନ ରକ୍ଷାକାରୀ ଔଷଧ ଓ ଜୀବନ ରକ୍ଷାକାରୀ ଔଷଧ ଉପରୁ କଷ୍ଟମ ଡ୍ୟୁଟି ଛାଡ଼ କରାଯାଇଥିବା ସୂଚନା। ଜୀବନ ରକ୍ଷାକାରୀ ଔଷଧ ଉପରେ କଷ୍ଟମ ଡ୍ୟୁଟି ଛାଡ଼ କରାଯାଇଛି। ‘୩୬ଟି ଜୀବନ ରକ୍ଷାକାରୀ ଔଷଧ ଉପରେ କଷ୍ଟମ ଡ୍ୟୁଟି ଛାଡ଼।