ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ; ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା
ଭୁବନେଶ୍ୱର: ଆଜିଠୁ ଭୁବନେଶ୍ବରରେ ଆରମ୍ଭ ହେବ ଦୁଇ ଦିନିଆ ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ। ଏହାକୁ ଉଦ୍ଘାଟନ କରିବାକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସକାଳ ୧୦ଟା ୩୫ରେ ଭୁବନେଶ୍ଵରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ବିମାନବନ୍ଦରରୁ ସିଧା ଜନତା ମଇଦାନ ଯିବେ ମୋଦି। ପୂର୍ବାହ୍ନ ୧୧ଟାରେ ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ ଉଦଘାଟନ କରିବେ ସୁରକ୍ଷାରେ ୪୦ ପ୍ଲାଟୁନ ପୋଲିସ ଓ ୪୦୦ ବରିଷ୍ଠ ଅଧିକାରୀ ମୁତୟନ ହୋଇଛନ୍ତି। ୩୮ତମ ଜାତୀୟ କ୍ରୀଡ଼ାର ଉଦ୍ଘାଟନ ବି କରିବେ ମୋଦି।