ଭୁବନେଶ୍ଵରରେ ନକଲି ପୋଲିସ୍ ଅଧିକାରୀ ଗିରଫ
ଭୁବନେଶ୍ୱର: ଭୁବନେଶ୍ୱରରେ ଧରା ପଡ଼ିଲା ନକଲି ପୋଲିସ୍ ଅଧିକାରୀ। ନିଜକୁ ପୋଲିସ୍ ଡିଏସପି ପରିଚୟ ଦଉଥିଲା ଭଦ୍ରକର ମାନସ ରଞ୍ଜନ ସେନାପତି। ଲୋକଙ୍କୁ ପୋଲିସ୍ ଚାକିରି କରାଇ ଦେବାପାଇଁ କହି ଠକୁଥିଲା ମାନସ। ଭୁବନେଶ୍ୱର ମଧୁସୂଦନ ନଗରରେ ରହୁଥିଲା ମାନସ। ବ୍ଲକିଂ ଓ ଚେକିଂ ବେଳେ ସହିଦ ନଗର ଥାନା ପୋଲିସ୍ ଦ୍ଵାରା ଧରା ପଡ଼ିଥିବା ସୂଚନା। ଅଭିଯୁକ୍ତ ଠାରୁ ଦୁଇ ଲକ୍ଷ ନକଲି ଟଙ୍କା, ପୋଲିସ୍ ୟୁନିଫର୍ମ, ଆଇ କାର୍ଡ, ମୋବାଇଲ୍ ଫୋନ୍ ଓ କାର୍ ଜବତ କରାଯାଇଛି।