ଦୁଇ ଫୁଟ୍ କମିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର

ସମ୍ବଲପୁର: ଦୁଇ ଫୁଟ୍ କମିଲା ସମ୍ବଲପୁରରେ ଥିବା ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଦୁଇ ଫୁଟ୍ ହ୍ରାସ ପାଇଛି ଜଳସ୍ତର। ଗତ ବର୍ଷ ୬୧୮.୬୯ ଫୁଟ୍ ଥିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଚଳିତ ବର୍ଷ ଜଳସ୍ତର ଦୁଇ ଫୁଟ୍ କମି ୬୧୬.୭୧ ଫୁଟ୍ ରହିଛି। ଛତ୍ତିଶଗଡ଼ ସମସ୍ତ ଫାଟକ ବନ୍ଦ କରିଦେବାରୁ ହ୍ରାସ ପାଉଛି ଜଳସ୍ତର।