ବାଲେଶ୍ଵରରେ ଦୁଇଟି ମନ୍ଦିରରୁ ଚୋରି
ବାଲେଶ୍ଵର: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଦୁଇଟି ମନ୍ଦିରରୁ ଚୋରି ହୋଇଛି। ପୋଡାଶୂଳ କାଳୀ ମନ୍ଦିର ଓ ଚତର ଶନି ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ କରାଯାଇଛି। ମନ୍ଦିର ଗ୍ରୀଲ୍ ଭାଙ୍ଗି ଲକ୍ଷାଧିକ ଟଙ୍କାର ମୁକୁଟ ଓ ସୁନା ଗହଣା ଚୋରି କରିନେଇଛନ୍ତି ଦୃର୍ବୁତ୍ତ। ୪ଟି ଦାନ ବାକ୍ସ ମଧ୍ୟ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଚୋରି କରିବା ପରେ ବିଲରେ ଦାନ ବାକ୍ସ ଫିଙ୍ଗି ଦୁର୍ବୃତ୍ତ ଫେରାର୍ ହୋଇଥିବା ଜଣାପଡ଼ିଛି। ନୀଳଗିରି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।