ଭଦ୍ରକରେ ଶ୍ରୀରାମ ନବମୀ ପୁର୍ବରୁ ଗଣ ଦୌଡ଼

Mar 23, 2025 - 19:46
 6
ଭଦ୍ରକରେ ଶ୍ରୀରାମ ନବମୀ ପୁର୍ବରୁ ଗଣ ଦୌଡ଼

ଭଦ୍ରକ: ଭଦ୍ରକରେ ଶ୍ରୀରାମ ନବମୀ ପୁର୍ବରୁ ଗଣ ଦୌଡ଼ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ତାରିଣୀ ମନ୍ଦିର ପାଖରୁ ବାହାରି ବାଇପାସ୍ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା ଏହି ଗଣ ଦୌଡ଼। ଏଥିରେ ସାମିଲ ହୋଇ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଯେ ଶ୍ରୀରାମ ମହାଯଜ୍ଞ ସମିତି ଦ୍ବାରା ଆୟୋଜିତ ଏହି ଗଣ ଦୌଡ଼ରେ ସାମିଲ ହୋଇଛନ୍ତି ସହ ସହ ଯୁବକ। ଏହା ଭଦ୍ରକ ଜିଲ୍ଲା, ରାଜ୍ୟ ଓ ଦେଶ ପାଇଁ ଶୁଭ ସୂଚନା ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହି ଗଣ ଦୌଡ଼ର ନାମ ରଖାଯାଇଛି ମାତୃଭୂମି ପାଇଁ ଗଣ ଦୌଡ଼। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସୁଧାଂଶୁ ଶେଖର ମହାପାତ୍ର ମଧ୍ୟ ସାମିଲ ହୋଇଥିଲେ।