ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପୂଜା
ଭୁବନେଶ୍ଵର: ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ପରମ୍ପରା ଅନୁଯାଇ ପୂଜା କରାଯାଇଥିଲା। ସମ୍ପାଦକ ଶ୍ରୀ ପ୍ରଭାକର ମଲ୍ଲିକ ଙ୍କ ସଂଯୋଜନା ରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାଶ, ସଂଗଠନ ସମ୍ପାଦକ ଡ଼ ନାରାୟଣ ମହାପାତ୍ର, ତ୍ରିଲୋଚନ ନାୟକ ଅକ୍ଷୟ କୁମାର ସାହୁ ବଂଶୀଧର ନାୟକ, ତନ୍ମୟ ଜେନା ଅନ୍ୟାନ୍ୟ ପ୍ରମୁଖ ସଦସ୍ୟ ଙ୍କ ଉପସ୍ଥିତ ରେ ପୂଜା କରାଯାଇଥିଲା। ଶ୍ରୀକୃଷ୍ଣ ଙ୍କ ଜନ୍ମ ସମ୍ବଦ୍ଧିୟ ଅଧ୍ୟାୟ ପଢ଼ାଯାଇ ପୂଜା ଓ ଆଳତି କରାଯାଇଥିଲା। ଏହି ପୂଜାରେ ଓଡ଼ିଶା ର ପାରମ୍ପରିକ ପିଠା, ମଣ୍ଡା, କାକରା, ଲଡ଼ୁ, ପୁରୀ ଡାଲମା ଓ ଖିରି ଭୋଗ କରାଯାଇଥିଲା। ଏହି ଅବସରରେ ସମସ୍ତେ ପୁଷ୍ପାଞ୍ଜଳି ଦେଇଥିଲେ। ଓଡ଼ିଶା ର ସଂସ୍କୃତି କୁ ଅକ୍ଷୁର୍ଣ ରଖିବାକୁ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ସର୍ବଦା ଚେଷ୍ଟା କରାଯାଇ ଅନ୍ୟମାନଙ୍କୁ ଏହା କରିବାକୁ ଅନୁରୋଧ କରାଯାଇଥାଏ। ପରେ ପରେ ସମସ୍ତେ ମିଳି ମିଶି ପ୍ରସାଦ ସେବନ କରିଥିଲେ।