ମା' ଅମ୍ବିକେଶ୍ୱରୀ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଟଙ୍କ ତୋରାଣି ବଣ୍ଟନ

କଟକ : କଟକ ସଦର ବାରଦା ଉପକଣ୍ଠ ମା' ଅମ୍ବିକେଶ୍ୱରୀଙ୍କ ପ୍ରାଙ୍ଗଣରେ ପଖାଳ ଦିବସ ଅବସରରେ ମା' ଅମ୍ବିକେଶ୍ୱରୀ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଟଙ୍କ ତୋରାଣି ବଣ୍ଟନ କାର୍ଯ୍ୟକ୍ରମ ଉପଦେଷ୍ଟା ନାରାୟଣ ଚନ୍ଦ୍ର ସିହ୍ନାଙ୍କ ତତ୍ତ୍ଵାବଧାନରେ ପାଳିତ ହୋଇଯାଇଛି । ଶ୍ରୀକ୍ଷେତ୍ରରୁ ଜଗନ୍ନାଥ ମହାପ୍ରଭୁଙ୍କର ଅବତାରୁ ପ୍ରସ୍ତୁତ ଟଙ୍କ ତୋରାଣି ମଂଚର ସଦସ୍ୟ ମାନେ ଶ୍ରଦ୍ଧାଳୁ ମାନଙ୍କୁ ବଣ୍ଟନ କରିଥିଲେ । ଉକ୍ତ ସଭାରେ ଅରକ୍ଷିତ ଦଳାଇ,କ୍ଷେତ୍ରବାସୀ ପରିଡ଼ା,ଉମେଶ ଚନ୍ଦ୍ର ଦାସ,ଫକୀର ଦାସ,ଲୋକନାଥ ସାହୁ,ମାଧବ ସାହୁ,ଦିଲ୍ଲୀପ ଦତ୍ତ,ଅକ୍ଷୟ ଦାସ,ମାୟାଧର ପଟ୍ଟାୟତ,ଦିବାକର ଓଝା,ଗଙ୍ଗାଧର ବେହେରା,ସୁରେନ୍ଦ୍ର ସାହୁ,ପଞ୍ଚାନନ ଭୋଇ ଓ ବିଷ୍ଣୁ ଚରଣ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ । ଚୈତ୍ର ମାସରେ ପଖାଳ ଦିବସରେ ଟଙ୍କ ତୋରାଣି ବଣ୍ଟନକୁ ସମସ୍ତ ଜନ ସାଧାରଣ ସ୍ବାଗତ କରିଥିଲେ ।