MyGov ଏବଂ ଭାରତୀୟ ପାଣିପାଗ ବିଭାଗ ତରଫରୁ ଆୟୋଜିତ କୁଇଜ ପ୍ରତିଯୋଗିତାରେ କୋରାପୁଟର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ ପ୍ରଶଂସା ପତ୍ର ପ୍ରଦାନ ସ୍ୱରୂପ ସମ୍ମାନିତ
କୋରାପୁଟ :MyGov ଏବଂ ଭାରତୀୟ ପାଣିପାଗ ବିଭାଗ ତରଫରୁ ଅନଲାଇନ୍ କୁଇଜ ପ୍ରତିଯୋଗିତା ଆୟୋଜିତ ହୋଇଯାଇଅଛି l ଏହି ଅବସରରେ ଏହି କୁଇଜ ପ୍ରତିଯୋଗିତାରେ କୋରାପୁଟର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିବାରୁ କୋରାପୁଟର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ "Quiz On Cyclones" ପ୍ରମାଣ ପତ୍ର ପ୍ରଦାନ କରାଯାଇଅଛି l ଏହି ଯୁବ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ହେଉଛନ୍ତି କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ପାଡ଼ୱା ସ୍ଥିତ ରାଧାକୃଷ୍ଣ କନିଷ୍ଠ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଭାବରେ କାର୍ଯ୍ୟରତ ଅଛନ୍ତି l ଏହି ଯୁବ ଅଧ୍ୟାପକ ଜଣକ ବିଭିନ୍ନ ସମୟରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଆୟୋଜିତ ହେଉଥିବା ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ହାସଲ ସ୍ୱରୂପ ପ୍ରମାଣ ପତ୍ର ପ୍ରାପ୍ତ ହେବାର ଖବର ମଧ୍ୟ ଆଗରୁ ହସ୍ତଗତ ହୋଇଅଛି l ଏତତ ବ୍ୟତୀତ ବିଭିନ୍ନ ସମୟରେ କବିତା, ଗଳ୍ପ, ପ୍ରବନ୍ଧ, ସ୍ତମ୍ଭ ଲେଖି ବେଶ୍ ପରିଚୟ ପାଇଥିବା ସହ ସମାଜସେବାକୁ ସେ ନିଶା ଭାବରେ ଗ୍ରହଣ କରିଅଛନ୍ତି l ଏହି କାର୍ଯ୍ୟକ୍ରମରେ ଗୁଜୁରାଟ ସ୍ଥିତ ସର୍ଦାର ପଟେଲ୍ ୟୁନିଭରସିଟିର କର୍ମକର୍ତ୍ତା ଯୋଗ ଦେଇ ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ସୁସ୍ଥ ଏବଂ ନିରାମୟ ଭବିଷ୍ୟତ ଜୀବନର କାମନା କରିଥିବା ଦେଖିବାକୁ ମିଳିଅଛି l ଏଥିରେ ଖୁସି ବ୍ୟକ୍ତ କରି ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ ମଧ୍ୟ ଭାରତ ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଅଧୀନସ୍ତ ବିଶ୍ୱ ପାଣିପାଗ ସଂଗଠନର DG,IMD ଡ଼.ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ତଥା ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ଦେଖିବାକୁ ମିଳିଅଛି l