ଓଡିଶା ସୁରମା ପାଢ଼ୀ ହେଲେ ସପ୍ତଦଶ ଓଡ଼ିଶା ବିଧାନସଭା ବାଚସ୍ପତି
ଭୁବନେଶ୍ୱର: ସୁରମା ପାଢ଼ୀ ହେଲେ ସପ୍ତଦଶ ଓଡ଼ିଶା ବିଧାନସଭାର ବାଚସ୍ପତି। ବାଚସ୍ପତି ଆସନକୁ ପାଢ଼ୀଙ୍କୁ ପାଛୋଟି ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସର୍ବସମ୍ମତି କ୍ରମେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ପାଢ଼ୀ। ବିଧାନସଭାରେ ନୂତନ ବାଚସ୍ପତି ହେଲେ ସୁରମା ପାଢୀ; ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଓ କହିଛନ୍ତି ଯେ, ଆପଣ ଆଜି ଏହି ଦାୟିତ୍ଵ ଗ୍ରହଣ କରିବା ପରେ ମୁଁ ନିଶ୍ଚିତ ଭାବରେ ଆଶା କରୁଛି ଯେ, ଆପଣ ଏ ପବିତ୍ର ଗୃହର ଗର୍ବ, ଗରିମା ଓ ପଦମର୍ଯ୍ୟାଦା ରକ୍ଷାକରିବା ସହିତ ନିରପେକ୍ଷତା ଅବଲମ୍ବନ କରି ଏ ଗୃହକୁ ସଠିକ୍ ଭାବରେ ପରିଚାଳନା କରିପାରିବେ । ଆମ୍ଭେମାନେ ସମସ୍ତେ ଓଡିଶାବାସୀଙ୍କ ପାଇଁ ନିଷ୍ଠାପର ଭାବେ ସେବା କରିବା ପାଇଁ ଦୃଢ ସଂକଳ୍ପବଦ୍ଧ ବୋଲି କହିଛନ୍ତି ମାଝୀ।