ଶ୍ରାବଣ ଶେଷ ସୋମବାରରେ ଶ୍ରୀ ଗୁପ୍ତେଶ୍ୱର ଶୈବପୀଠରେ ଭକ୍ତଙ୍କ ଜଳାଭିଷେକ ତଥା ଭିଡ଼ ପରିଲକ୍ଷିତ

Aug 30, 2023 - 11:53
 34
ଶ୍ରାବଣ ଶେଷ ସୋମବାରରେ ଶ୍ରୀ ଗୁପ୍ତେଶ୍ୱର ଶୈବପୀଠରେ ଭକ୍ତଙ୍କ ଜଳାଭିଷେକ ତଥା ଭିଡ଼ ପରିଲକ୍ଷିତ

କୋରାପୁଟ : ଦୀର୍ଘ ୧୯ ବର୍ଷ ପରେ ଚଳିତ ବର୍ଷ ଯୋଡ଼ା ଶ୍ରାବଣ ମାସର ଶେଷ ସୋମବାରରେ ବିଭିନ୍ନ ଶିବ ମନ୍ଦିରମାନଙ୍କରେ ଜଳାଭିଷେକ ପାଇଁ ଭକ୍ତମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା l ଏଥିପାଇଁ କୋରାପୁଟ ସ୍ଥିତ ଶ୍ରୀ ଗୁପ୍ତେଶ୍ୱର ଶୈବ ମନ୍ଦିରରେ ବିଶେଷ ଆୟୋଜନ କରାଯାଇଥିଲା l ବିଶେଷତଃ କୋରାପୁଟ ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ଭକ୍ତ ଏଥିରେ ସାମିଲ୍ ହୋଇଥିଲେ l କୋରାପୁଟ ତଥା ଆଖପାଖ ଅଞ୍ଚଳରୁ ବହୁ ଭକ୍ତମାନେ କଳସରେ ଜଳ ଭରି ଶ୍ରୀ ଗୁପ୍ତେଶ୍ୱର ଶୈବପୀଠରେ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିଥିଲେ l ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତ ତଥା କାଉଡିଆମାନଙ୍କ ପାଇଁ ବିଭିନ୍ନ ପ୍ରକାର ସହଯୋଗ କରିଥିଲେ l ଗୁପ୍ତେଶ୍ୱର ଶୈବ ପୀଠ ସମେତ ରାଉଳ ଶିବ ମନ୍ଦିର, ଆଖଣ୍ଡଳମଣି ଶିବ ମନ୍ଦିରରେ ମଧ୍ୟ ବହୁ ଭକ୍ତ ଜଳାଭିଷେକ ତଥା ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା l ଭକ୍ତ ଭଗବାନ ଶିବଙ୍କ ଦର୍ଶନ କରି ଅପୂର୍ଵ ପୁଣ୍ୟ ଲାଭ କରି ବହୁ ଖୁସି ଥିବା ମତ ରଖିଥିଲେ l