"ସୃଷ୍ଟି" ସମାଜ କଲ୍ୟାଣ ଅନୁଷ୍ଠାନ ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ଅଗ୍ରଣୀ ସମାଜ କଲ୍ୟାଣ ଅନୁଷ୍ଠାନ "ସୃଷ୍ଟି" ପକ୍ଷରୁ ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ପ୍ରତିଷ୍ଠାନ ଠାରେ ପରିସରରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି I ଏଥିରେ ସମାଜସେବୀ, ନାରୀନେତ୍ରୀ ତଥା ରେମୁଣା ବ୍ଲକ ର ସମିତି ସଭ୍ୟା ଶ୍ରୀମତୀ ଶାନ୍ତା ଦାସ ଦିବ୍ୟାଙ୍କ ପିଲାଙ୍କ ହାତରେ ରାଖୀ ବାନ୍ଧିବା ସହ ସେମାନଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ I ଏହି ଅବସରରେ ଶ୍ରୀମତୀ ଦାସ ଏକତା ଓ ଭାତୃଭାବର ଅନନ୍ୟ ପର୍ବ ରକ୍ଷାବନ୍ଧନ ଏବଂ ଆମ ସଂସ୍କୃତି ଓ ପରମ୍ପରା ସହିତ ନିବିଡ଼ତା ବିଷୟରେ ପିଲାମାନଙ୍କୁ ଉଦବୋଧନ ଦେଇଥିଲେ I ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଗୋପାମୁଦ୍ରା ମହାପାତ୍ର ଏବଂ ସୁଧାକର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ l