ବାଲେଶ୍ୱରରେ ବସ୍ ଓଲଟି ୮ ଗୁରୁତର
ବାଲେଶ୍ୱର : ଆଜି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଂଚଳରେ ଜାତୀୟ ରାଜପଥରେ ବସ୍ ଓଲଟି ୮ ଜଣ ଗୁରୁତର ଆହତ ହୋଇଛନ୍ତି | ଆମ୍ବଳିଅଠା ବାଇପାସ୍ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ବସ୍ | ଗୁରୁତରଙ୍କ ମଧ୍ୟରୁ ୩ ଜଣ ଜଳେଶ୍ୱର ହୋଇଥିବା ସୂଚନା ଓ ଆଉ ୫ ଜଣଙ୍କୁ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି | ଖବର ଅନୁଯାୟୀ ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ କୋଲକତା ଯାଉଥିଲା ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି ।