ସ୍କୁଲ୍ ଆସିପାରୁନଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଘରେ ମିଳିବ ମଧ୍ୟାନ୍ନ ଭୋଜନ

Aug 30, 2023 - 17:07
 4
ସ୍କୁଲ୍ ଆସିପାରୁନଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଘରେ ମିଳିବ ମଧ୍ୟାନ୍ନ ଭୋଜନ

ଭୁବନେଶ୍ୱର: ସ୍କୁଲ୍ ଆସିପାରୁନଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଘରେ ମିଳିବ ମଧ୍ୟାନ୍ନ ଭୋଜନ। ମଧ୍ୟାନ୍ନ ଭୋଜନ ପାଇଁ ଆବଶ୍ୟକ ଶୁଖିଲା ରାସନ ଘରେ ଯୋଗାଇ ଦିଆଯିବ। ସୂଚନା ଅନୁଯାୟୀ, ୬ ରୁ ୧୪ ବର୍ଷର ଦିବ୍ୟାଙ୍ଗ ଓ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଘରେ ଦିଆଯିବ ରାସନ। ଶ୍ରେଣୀ ଅନୁଯାୟୀ ରାସନ ସହ ରୋଷେଇ ଖର୍ଚ୍ଚ ଆକାଉଣ୍ଟକୁ ପଠାଯିବ। ଏନେଇ ଓଡ଼ିଶା ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ବ୍ୟବସ୍ଥା ମାଧ୍ୟମରେ ୩୬୯୪ ଜଣ ଛାତ୍ରଛାତ୍ରୀ ଉପକୃତ ହେବେ।