ଆସନ୍ତାକାଲି ଓଡ଼ିଶାରେ ସକାଳୁଆ ଖୋଲିବ ସ୍କୁଲ

ଭୁବନେଶ୍ୱର: ଓଡ଼ିଶାର ସମସ୍ତ ସ୍କୁଲ ଆସନ୍ତାକାଲି ସକାଳୁଆ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସକାଳ ସାଢେ ୬ଟାରେ ସ୍କୁଲ ଖୋଲିବାକୁ ଥିବାବେଳେ, ସାଢେ ୧୦ଟା ଯାଏଁ କ୍ଲାସ୍ ଚାଲିବ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସକାଳୁଆ କ୍ଲାସ ହେବ ବୋଲି କୁହାଯାଇଛି । ଏହାପରେ ୨୨ ତାରିଖଠାରୁ ସ୍ୱାଭାବିକ ସମୟରେ ସ୍କୁଲ ଖୋଲିବ । ରାଜ୍ୟରେ ପ୍ରବଳ ଖରା ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ପ୍ରତି ଜିଲ୍ଲାର ଜିଲ୍ଲାପାଳମାନେ ଖରାକୁ ଦେଖି ନିଜ ନିଜ ଜିଲ୍ଲାରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବେ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା।