ଆଜି ଶ୍ରାବଣ ମାସ ଶେଷ ସୋମବାର

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ଶେଷ ସୋମବାର ହୋଇଥିବାରୁ ବିଭିନ୍ନ ଶିବ ମନ୍ଦିରରେ ଜଳାଭିଷେକ କରୁଛନ୍ତି କାଉଡ଼ିଆ। ଶେଷ ପାଳିରେ ବାବା ଧବଳେଶ୍ବର ଓ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଜଳଲାଗି ପାଇଁ କାଉଡ଼ିଆଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଲିଙ୍ଗରାଜ ମନ୍ଦିରରେ ଭୋର ୪ଟା ରେ ହୋଇଥିଲା ଦ୍ୱାର ଫିଟା ନୀତି। ଶ୍ରଦ୍ଧାଳୁଙ୍କ ପାଇଁ ଅଲଗା ଧାଡ଼ି ଓ କାଉଡ଼ିଆଙ୍କ ପାଇଁ ଅଲଗା ଧାଡ଼ି କରାଯାଇଥିଲା। ମାନସିକ ପୂରଣ ପାଇଁ ପୁରୀ ବାବା ଲୋକନାଥ ମନ୍ଦିରରେ ମଧ୍ୟ ଜଳଲାଗି କଲେ ଭକ୍ତ। ଏଥର ଶ୍ରାବଣ ସୋମବାର ଦୁଇ ମାସ ପଡ଼ିଥିଲା। ଯୋଡ଼ା ଶ୍ରାବଣ ପଡ଼ିଥିବାରୁ ୮ ପାଳି ଜଳାଭିଷେକ କରିଥିଲେ କାଉଡ଼ିଆ।