ଆସୁଛି ଲଘୁଚାପ

ଭୁବନେଶ୍ୱର: ସେପ୍ଟେମ୍ବର ୩ ତାରିଖରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଉପକୂଳରୁ ଆଭ୍ୟନ୍ତରୀଣ ଯାଏଁ ହେବ ବର୍ଷା । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସେପ୍ଟେମ୍ବର ୨ ରେ ସୃଷ୍ଟି ହେବ ଘୁର୍ଣ୍ଣିବଲୟ, ୩ ତାରିଖରେ ନେବ ଲଘୁଚାପ ରୂପ। ଏହା ପ୍ରଭାବରେ ୨ ତାରିଖ ରାତି କିମ୍ବା ୩ ତାରିଖ ସକାଳୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବା ସମ୍ଭାବନା ରହିଛି। ୪ ଓ ୫ ତାରିଖରେ ବର୍ଷାର ପରିମାଣ ଅଧିକ ରହିବ।