ଗୋପବନ୍ଧୁ ଏକାଡେମୀ ପରିସରରେ ସେଣ୍ଟର ଫର୍ ଗୁଡ୍ ଗଭର୍ଣ୍ଣାନ୍ସ, ଓଡ଼ିଶା (ସିଜିଜିଓ) କାର୍ଯ୍ୟାଳୟ ଉଦ୍ଘାଟିତ ଏକାଡେମୀ ନ୍ୟୁଜ୍ ପତ୍ରିକା ଏବଂ ବିଭିନ୍ନ ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର ତା- ୨୮.୦୮.୨୦୨୩
ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଗୋପବନ୍ଧୁ ପ୍ରଶିକ୍ଷଣ ଏକାଡେମୀ ପରିସରରେ ଏକାଡେମୀର ମହାନିର୍ଦ୍ଦେଶକ ଶ୍ରୀ ରାଜ କୁମାର ଶର୍ମାଙ୍କ ଉପସ୍ଥିତିରେ ସେଣ୍ଟର ଫର୍ ଗୁଡ୍ ଗଭର୍ଣ୍ଣାନ୍ସ, ଓଡ଼ିଶା (ସିଜିଜିଓ) କାର୍ଯ୍ୟାଳୟକୁ ଉଦ୍ ଘାଟନ କରିଛନ୍ତି । ଫଳାଫଳଭିତ୍ତିକ ପରିଚାଳନା ଓ ସାମାଜିକ ଅଭିନବତ୍ୱ ଆଣିବା ଦିଗରେ ସିଜିଜିଓ ଏକ ସ୍ଥାୟୀ କାର୍ଯ୍ୟକ୍ଷେତ୍ର ଭାବେ କାର୍ଯ୍ୟ କରିବ । ସ୍ଥାନ ନିର୍ଦ୍ଦିଷ୍ଟ ପ୍ରମାଣ ଭିତ୍ତିକ ଗବେଷଣା କରି ସୁଶାସନରେ ଯୋଗଦାନ କରୁଥିବା ଜ୍ଞାନ ପରିଚାଳନା ଏବଂ ପ୍ରଶିକ୍ଷଣକୁ ସୁଗମ କରିବା ପାଇଁ ସିଜିଜିଓକୁ ଦାୟିତ୍ୱ ଦିଆଯାଇଛି ।
ଉଦ୍ଘାଟନୀ କାର୍ଯ୍ୟକ୍ରମ ପରେ ଏକାଡେମୀର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଯୋଗଦେଇ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଭିତ୍ତିଭୂମି ଉନ୍ନତି ସହ ଏହାର ପ୍ରଶିକ୍ଷଣ ବ୍ୟବସ୍ଥାରେ ଅଭିନବତ୍ୱ ଆସିଛି । ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ପ୍ରେବେସନର ତଥା ଅଧିକାରୀମାନେ ଓଡିଶାର ଭୌଗୋଳିକ ସ୍ଥିତି, ପରିସଂସ୍ଥା, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ତଥ୍ୟ ଅଧିକରୁ ଅଧିକ ଅଧ୍ୟୟନ ଉପରେ ସେ ଗୁରୁତ୍ୱ ଦେଇଥିଲେ ।
ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ତରଫରୁ ପ୍ରକାଶିତ ଦୁଇଟି ପୁସ୍ତକ-୨୦୧୯ ବ୍ୟାଚ୍ର ଓଏଏସ୍ ଅଫିସର ପ୍ରଶିକ୍ଷଣର୍ଥୀଙ୍କ ଅଧ୍ୟୟନ ପରିଦର୍ଶନ ସଂପର୍କିତ “ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ” ଏବଂ ଏହି ପ୍ରୋବେସନରଙ୍କ ଦ୍ୱାରା “ପୁସ୍ତକ ସମୀକ୍ଷା ସଂକଳନ” ସହିତ “ଏକାଡେମୀ ନ୍ୟୁଜ ପତ୍ରିକା ଏବଂ ଏକ ‘ପ୍ରଶିକ୍ଷଣ ମାନ୍ୟୁଆଲ’ ଉନ୍ନୋଚିତ ହୋଇଥିଲା ।