ଓଡ଼ିଶାର ବହୁ ସ୍ଥାନରେ ବର୍ଷା ଓ କୋହଲା ପାଗ

Mar 31, 2024 - 15:49
 15

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ସକାଳୁ ବର୍ଷା ଆରମ୍ଭ ହୋଇଛି। ଭୁବନେଶ୍ୱର ଓ କଟକ ସମେତ କିଛି ସ୍ଥାନରେ କୋହଲା ପାଗ ଦେଖିବାକୁ ମିଳିଛି। ରାଜ୍ୟର ୯ଟି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ସମ୍ଭାବନା ରହିଛି। ଜିଲ୍ଲା ଗୁଡ଼ିକ ହେଲା ଦେବଗଡ଼, କେନ୍ଦୁଝର, ଅନୁଗୁଳ, ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁର, କଟକ, ପୁରୀ ଓ ନୟାଗଡ଼।