ବଢୁଛି ହୀରାକୁଦର ଜଳସ୍ତର

Aug 5, 2023 - 16:44
 7
ବଢୁଛି ହୀରାକୁଦର ଜଳସ୍ତର

ସମ୍ବଲପୁର : ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଆଜି ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୦.୧୦ ଫୁଟ୍‌ ପହଞ୍ଚିଛି | ଏବେ ୧୨ଟି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ। ହୀରାକୁଦକୁ ୪ ଲକ୍ଷ ୯୭ ହଜାର ୧୬ କ୍ୟୁସେକ ଜଳ ପ୍ରବେଶ କରୁଛି | ହୀରାକୁଦରୁ ୨ ଲକ୍ଷ ୨୨ ହଜାର ୫୦୩ କ୍ୟୁସେକ ଜଳ ନିଷ୍କାସନ ହେଉଛି। କଟକ ମୁଣ୍ଡଳିରେ ୪ ଲକ୍ଷ ୨୦ ହଜାର ୮୨୪ କ୍ୟୁସେକ ଜଳ ପ୍ରବାହ ରହିଛି ।