ବନ୍ୟାରେ କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ବେହାଲ
କେନ୍ଦ୍ରାପଡ଼ା/ଖୋର୍ଦ୍ଧା: ବନ୍ୟା ଯୋଗୁଁ କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାର ବହୁ ଅଞ୍ଚଳ ପ୍ରଭାବିତ ହୋଇଛି। କେନ୍ଦ୍ରାପଡ଼ାରେ ୧୦୦ ରୁ ଅଧିକ ଗାଁରେ ପଶିଲା ବନ୍ୟା ପାଣି । ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ମୁତୟନ ଅଛନ୍ତି ୧୦ ଟି ଅଗ୍ନିଶମ ବାହିନୀର ଟିମ୍ ଓ ୨ ଏନ୍ଡିଆରଫ୍ ଟିମ୍। ସେପଟେ ଖୋର୍ଦ୍ଧା ଓରବରସିଂହ ପଞ୍ଚାୟତ ହରୀମୂଳ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି। ଡିହମାଳ- ହରିମୂଳ ରାସ୍ତାରେ ଚାଲିଛି ୫ ଫୁଟ୍ ଉଚ୍ଚରେ ବନ୍ୟା ଜଳ। ରାଜୁଆ ନଦୀରେ ଉପୁଜିଛି ବନ୍ୟା ସ୍ଥିତି।