ଓଡ଼ିଶାରେ ମେ ୬ ରୁ ଖରା ଛୁଟି

Mar 31, 2024 - 15:53
 14

ଭୁବନେଶ୍ୱର: ଆସନ୍ତା ମେ ମାସ ୬ ତାରିଖରୁ ଓଡ଼ିଶାର ସ୍କୁଲ ଗୁଡ଼ିକର ଖରାଛୁଟି ଆରମ୍ଭ ହେବ। ଜୁନ ୧୭ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ୍। ୨୦୨୪ ଶିକ୍ଷାବର୍ଷ ପାଇଁ ପ୍ରକାଶିତ କ୍ୟାଲେଣ୍ଡରରେ ସମସ୍ତ ଛୁଟି ବିବରଣୀ ପ୍ରକାଶ ପାଇଛି। ଓସେପା ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀ ପାଇଁ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କରାଯାଇଛି। ଶିକ୍ଷା କ୍ୟାଲେଣ୍ଡରକୁ କଡ଼ାକଡ଼ି ପାଳନ ଲାଗି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।