ପାକିସ୍ତାନ କ୍ରିକେଟ୍ ବୋର୍ଡର ମୁଖ୍ୟ ଚୟନ କର୍ତ୍ତା ପଦରୁ ଇସ୍ତଫା ଦେଲେ ଇଞ୍ଜମାମ୍‌ ଉଲ୍ ହକ୍

Oct 30, 2023 - 18:36
 42
ପାକିସ୍ତାନ କ୍ରିକେଟ୍ ବୋର୍ଡର ମୁଖ୍ୟ ଚୟନ କର୍ତ୍ତା ପଦରୁ ଇସ୍ତଫା ଦେଲେ ଇଞ୍ଜମାମ୍‌ ଉଲ୍ ହକ୍

ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ ଚୟନ କର୍ତ୍ତା ପଦରୁ ଇସ୍ତଫା ଦେଲେ ପୂର୍ବତନ କ୍ୟାପ୍ଟେନ୍ ଇଞ୍ଜମାମ ଉଲ୍‌ ହକ୍। ବିଶ୍ୱକପ୍‌ ୨୦୨୩ରେ ଟିମ୍‌ର ଲଗାତର ଖରାପ ପ୍ରଦର୍ଶନ ଯୋଗୁ ଦଳ ଓ ଚୟନ କର୍ତ୍ତା ସମାଲୋଚନାର ଶିକାର ହେବା ପରେ ଇଞ୍ଜମାମ୍ ଇସ୍ତଫା ଦେଇଥିବା କୁହାଯାଉଛି।

ଭାରତରେ ହେଉଥିବା ଚଳିତ ବିଶ୍ୱକପ୍‌ରେ ଲଗାତର ଭାବେ ଖରାପ ପ୍ରଦର୍ଶନ କରି ଆସୁଛି ପାକିସ୍ତାନ। ଏନେଇ ପାକିସ୍ତାନରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ କ୍ରିକେଟରମାନେ ମଧ୍ୟ ଟିମ୍‌କୁ ତୀବ୍ର ସମାଲୋଚନା କରୁଛନ୍ତି।

କେହି ବାବରଙ୍କ କ୍ୟାପ୍ଟେନ୍‌ଶିପ୍‌କୁ ଦାୟୀ କରୁଥିବା ବେଳେ କେହି ଚୟନ କର୍ତ୍ତାଙ୍କୁ ଦାୟୀ କରୁଛନ୍ତି। ନାନା ସମାଲଚୋନା ପରେ ଇଞ୍ଜମାମ୍‌ ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ ଚୟନ କର୍ତ୍ତା ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି। ସୋମବାର ଇଞ୍ଜମାମ ତାଙ୍କ ଇସ୍ତଫାପତ୍ର ପିସିବି ମୁଖ୍ୟ ଜାକା ଅଶ୍ରଫଙ୍କୁ ପଠାଇ ଦେଇଛନ୍ତି।  

ଚଳିତ ବିଶ୍ୱକପ୍ ୨୦୨୩ରେ ପାକିସ୍ତାନର ଆରମ୍ଭରୁ ବିଜୟ ହୋଇଥିଲା। ଦଳ ପ୍ରଥମେ ନେଦରଲାଣ୍ଡ ପରେ ଶ୍ରୀଲଙ୍କା ବିପକ୍ଷରେ ବିଜୟୀ ହୋଇଥିଲା। ହେଲେ ଅକ୍ଟୋବର ୧୪ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଭାରତ ଠାରୁ ହାରିବା ପରେ ପାକିସ୍ତାନରେ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ଏହାପରେ ଗୋଟିଏ ପରେ ଗୋଟିଏ ମ୍ୟାଚ୍ ହାରିଯାଇଥିଲେ ପାକିସ୍ତାନ।