ଜାନୁଆରୀ ପହିଲା ଦିନ ବିଶ୍ୱ ପ୍ରାର୍ଥନା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Nov 28, 2024 - 01:26
 61
ଜାନୁଆରୀ ପହିଲା ଦିନ ବିଶ୍ୱ ପ୍ରାର୍ଥନା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭୁବନେଶ୍ବର: ଶିବାନନ୍ଦ ଆଶ୍ରମର ଶ୍ରୀମା ସ୍ୱାମି ଦିବ୍ୟସ୍ୱରୂପାନନ୍ଦ ସରସ୍ବତୀ ୨୦୧୭ ମସିହା ରୁ ଜାନୁଆରୀ ପହିଲା ଦିନ କୁ "ବିଶ୍ୱ ପ୍ରାଥନା ଦିବସ ପାଳନ କରିବାକୁ ଚେଷ୍ଟା କରିଆସୁଛନ୍ତି।

ବିଶ୍ୱର ଭିନ୍ନ ଭିନ୍ନ ଦିବସ ପାଳନ ହେଉଛି କିନ୍ତୁ ପ୍ରାର୍ଥନା ଦିବସ ପାଳନ ହୋଇପାରୁନାହିଁ।ସବୁ ପରିସ୍ଥିତି କୁ ଦୃଷ୍ଟି ରେ ରଖି ଶ୍ରୀମା ବିଶ୍ୱର ସବୁ ଧର୍ମାବଲମ୍ବି ମାନଙ୍କୁ ତଥା ସବୁ ସମ୍ପ୍ରଦାୟ ଓ ସମସ୍ତ ବିଶ୍ୱବାସୀ ନିବେଦନ ଓ ଅନୁରୋଧ କରି ଜାନୁୟାରୀ ପହିଲା ଦିନ କୁ ବିଶ୍ୱ ପ୍ରାଥନା ଦିବସ ଭାବେ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି।

ପ୍ରାର୍ଥନା ର ଶକ୍ତି ଅସୀମ ଓ ଅମୋଘ କବଚ, ଆମେ ବିଶ୍ୱର ଶାନ୍ତି ପାଇଁ ଗୋଟିଏ ଦିନ ଗୋଟିଏ ମୁହୂର୍ତ୍ତ ରେ ସମସ୍ତେ ନିଜ ନିଜର ଉପାସ୍ୟ ଦେବତାଙ୍କୁ ନିଜ ଭାଷାରେ ନିଜ ଭାବରେ ପ୍ରାର୍ଥନା କରିବାକୁ ଆହ୍ୱାନ କରାଯାଉଛି।

"ସକଳେ ହୋଇ ଏକ ମୁଖ ଡାକିବା ନାରାୟଣ ରଖ "ଏକ ସଙ୍ଗେ ପ୍ରାର୍ଥନା କଲେ ଆମ ଚାରିକଡେ ଆଦ୍ଦ୍ୟାତ୍ମିକ ବଳୟ ସୃଷ୍ଟି ହୋଇ ସମସ୍ତଙ୍କୁ ସବୁ ବିପଦ ରୁ ରକ୍ଷା କରିବ।

 

ଆଜିର ଏହି ପ୍ରସ୍ତୁତି ବୈଠକ ରେ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ର ନିର୍ମଳ ବାବୁ ଆର୍ଯ୍ୟ ସମାଜ ର ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ମା ଆଦିଶକ୍ତି ଟ୍ରଷ୍ଟ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ଼ ନାରାୟଣ ମହାପାତ୍ର, ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚରକ ତ୍ରିଲୋଚନ ନାୟକ, ଶ୍ରୀଧର ସ୍ୱାମୀ ଟ୍ରଷ୍ଟ ର ପ୍ରଦୀପ ମହାନ୍ତି, ବୈରାଗ ମିଶନ ର କୁଳମଣି ରାଉତ, ଶିକ୍ଷବିତ ଡ଼ ବିଜୟ ସ୍ବାଇଁ, ନିରଞ୍ଜନ ପଣ୍ଡା ଓ ଦିବ୍ୟ ଜୀବନ ସଙ୍ଘ ର ସମ୍ପାଦକ ରମେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ ।

ଏହି ବୈଠକ କୁ ସମାଜସେବୀ ଶ୍ରୀ ମନୋରଞ୍ଜନ ମହାନ୍ତି ପରିଚାଳନା କରିଥିଲେ।

ସଭା ଶେଷରେ ଦିବ୍ୟ ଜୀବନ ସଙ୍ଘ ର ପ୍ରମୁଖ ଶ୍ରୀ ରାଧାଶ୍ୟାମ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ପରେ ପରେ ଶ୍ରୀମା ଙ୍କ ଦ୍ୱାରା ଶାନ୍ତି ପାଠ ହୋଇ ସଭା ସାଙ୍ଗ କରାଯାଇଥିଲା।