ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ ଉପସ୍ଥାପିତ; ଜାଣନ୍ତୁ କାହା ପାଇଁ ରହିଛି କଣ ବ୍ୟବସ୍ଥା

Jul 23, 2024 - 18:14
 9
ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ ଉପସ୍ଥାପିତ; ଜାଣନ୍ତୁ କାହା ପାଇଁ ରହିଛି କଣ ବ୍ୟବସ୍ଥା

ଭୁବନେଶ୍ୱର: ଆଜି ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଜମିବାଡ଼ି ସୁବ୍ୟବସ୍ଥିତ କରିବା ନିମନ୍ତେ ଆସିବ ଭୂ-ଆଧାର। ଏହା ଦ୍ବାରା ଜମିବାଡ଼ି ଡିଜିଟାଇଜେସନ ହେବ। ମନ୍ତ୍ରୀ କହିଛନ୍ତି ଯେ ଅନ୍ତରୀଣ ବଜେଟ୍ ରେ ୪ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ଗରିବ, ମହିଳା, ଯୁବବର୍ଗ ଓ କୃଷକଙ୍କୁ ଦିଆଯାଇଛି ପ୍ରାଧାନ୍ୟ। ରାଜ୍ୟ ଗୁଡ଼ିକୁ ଦୀର୍ଘମିଆଦି ଋଣ ଚାଲୁ ରହିବ। ରାଜ୍ୟ ମାନଙ୍କୁ ୫୦ ବର୍ଷ ଅବଧି ବିଶିଷ୍ଟ ଋଣ ଯୋଗାଣ ହେବ। ଶସ୍ତା ହେବ ସୁନା, ରୂପା ଓ ପ୍ଲାଟିନମ। ସୁନା ଓ ରୂପା ଉପରୁ ୬ ପ୍ରତିଶତ କମିବ କଷ୍ଟମ ଡ୍ୟୁଟି। ପ୍ଲଟିନମ ଉପରୁ କଷ୍ଟମ ଡ୍ୟୁଟି ୬.୪ ପ୍ରତିଶତ ହ୍ରାସ ପାଇବ। ମୋବାଇଲ ଫୋନ୍, ମୋବାଇଲ୍ ବ୍ୟାଟେରୀ ଓ ଚାର୍ଜର ଉପରୁ ହ୍ରାସ କରାଯିବ କଷ୍ଟମ ଡ୍ୟୁଟି। କ୍ୟାନ୍ସର୍ ଔଷଧ ମଧ୍ୟ କମିବ କଷ୍ଟମ ଡ୍ୟୁଟି।