ବସ୍ତିବାସିନ୍ଦାଙ୍କୁ ପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଜାଗା ମିଶନ ଜରିଆରେ ପଟ୍ଟା ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୫ଟି ମହାନଗର ନିଗମର ୮୭୫ ବସ୍ତିର ୬୫ ହଜାର ପରିବାରଙ୍କୁ ମିଳିଲା ପଟ୍ଟା। ଏହି ଅବସରରେ ୧୦୧୦ଟି ବିଜୁ ଆଦର୍ଶ କଲୋନୀର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜାଗା ମିଶନ ଲୋକଙ୍କୁ ସମ୍ମାନ ଦେଇଛି ଓ ପରିଚୟ ଦେଇଛି। ଏହା କେବଳ ଓଡ଼ିଶାରେ ନୁହେଁ ବରଂ ସାରା ବିଶ୍ୱର ଧ୍ୟାନ ଆକର୍ଷଣ କରିଛି।