୩ଟି ଟ୍ରେନ୍ ମଧ୍ୟରେ ଧକ୍କା

Oct 29, 2023 - 17:10
 16
୩ଟି ଟ୍ରେନ୍ ମଧ୍ୟରେ ଧକ୍କା

ରାୟଗଡ଼ା: ଆନ୍ଧ୍ର ପ୍ରଦେଶର କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ ମଧ୍ୟରେ ୩ଟି ଟ୍ରେନ୍ ମଧ୍ୟରେ ଧକ୍କା ହୋଇଥିବା ସୂଚନା ମିଳିଛି। ଓଡ଼ିଶାର ରାୟଗଡ଼ା ଯାଉଥିବା ପାସେଞ୍ଜର ଟ୍ରେନ୍ ପଲାସା ପାସେଞ୍ଜର ଟ୍ରେନ୍ କୁ ପିଟିଲା। ପାଲାସାର ଗୋଟିଏ ବଗି ମେନ୍ ଲାଇନ୍ ରେ ପଡ଼ିଥିବାରୁ ଘଟିଥିଲା ଦୁର୍ଘଟଣା। ଏହି ସମୟରେ ଦୁର୍ଘଟଣାଗ୍ରସ୍ତ ବାଗିକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍। ଏଥିରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ଜଣାପଡ଼ିଛି ଓ ୫୦ ରୁ ଅଧିକ ଆହତ ହୋଇଛନ୍ତି।