ଭୁବନେଶ୍ୱରରେ ମୋ ବସ୍ ଧକ୍କାରେ ମହିଳା ମୃତ

ଭୁବନେଶ୍ବର: ଭୁବନେଶ୍ୱର ତମାଣ୍ଡୋ ଥାନା ଓଭର ବ୍ରିଜ ତଳେ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମହିଳା ପ୍ରାଣ ହରାଇଛନ୍ତି। ମୋ ବସ୍ ଧକ୍କା ଦେବାରୁ ତାଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକ ବସ୍ ଭଙ୍ଗାରୁଜା କରିଥିଲେ। ପୋଲିସ ଡ୍ରାଇଭରକୁ ଗିରଫ କରିଛି। ମହିଳାଙ୍କୁ ଧକ୍କା ଦେଇ ଶହେ ମିଟର ଯାଏଁ ଘୋଷାଡ଼ି ନେଲା ମୋ ବସ୍।