ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଚୋରି
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଚୋରି ହୋଇଥିବା ଜଣାପଡ଼ିଛି। ନିର୍ବାଚନ ଉପବିଭାଗ ଓ ଡେପୁଟି କଲେକ୍ଟରଙ୍କ କକ୍ଷରୁ ଚୋରି ହୋଇଛି। ତାଲା ଭାଙ୍ଗି ୪ଟି କମ୍ପ୍ୟୁଟର ଓ ଗୋଟିଏ ପ୍ରିଣ୍ଟର ଚୋରି କରି ନେଇଛନ୍ତି ଦୁର୍ବୃତ୍ତ। ଏନେଇ ନବରଙ୍ଗପୁର ଥାନାରେ ଏତଲା ଦିଆଯାଇଛି।