ବିଶ୍ଵ ଆଧ୍ୟାତ୍ମିକ ପ୍ରଚାର କେନ୍ଦ୍ର ବୌଦ୍ଧ ପକ୍ଷରୁ ମା ଆଦିଶକ୍ତି ଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ "ଦେବୀ ଭାଗବତ ପୁରାଣ" କଥାମୃତ

ଭୁବନେଶ୍ୱର: ମା ଆଦିଶକ୍ତିଙ୍କୁ କିପରି ପୁଜା କରାଯାଇ ପାରିବ ଓ କାହିଁକି ଆମେ ତାଙ୍କର ପୂଜା କରିବା ସେ ବିଷୟରେ ସମସ୍ତଙ୍କୁ ଅବଗତ ଓ କଲ୍ଯାଣ କରାଇବା ଏହି "ଦେବୀ ଭାଗବତ ପୁରାଣ" ର ମୂଳ ଲକ୍ଷ୍ୟ, ଆମକୁ ସ୍ରୁଷ୍ଟି କରିଥିବା ବିଶ୍ଵ ନିୟନ୍ତାଙ୍କ ସ୍ରୁଷ୍ଟିର କଥା ଓ ତାଙ୍କ ମହିମାର ପ୍ରଚାର ଓ ପ୍ରସାର କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସାଧାରଣ ଲୋକ ଓ ମା ଆଦିଶକ୍ତିଙ୍କ ଭିତରେ ଦୂରତା କମାଇ ତାଙ୍କର ପୁଜା ସମସ୍ତେ ସହଜରେ କରି ପାରିବେ ଏହା ଅନୁଷ୍ଠାନ ର ଗୋଟେ ଛୋଟ ପ୍ରୟାସ। ବିଶ୍ଵ ଆଧ୍ୟାତ୍ମିକ ପ୍ରଚାର କେନ୍ଦ୍ର ବୌଦ୍ଧ ପକ୍ଷରୁ "ଦେବୀ ଭାଗବତ ପୁରାଣ" ୨୯.୧୦.୨୩ ରୁ ସୁବୋଧ ମିସନ ତରଫରୁ ପ୍ରବକ୍ତା ସ୍ଵାମୀଜି କୃଷ୍ଣ ପ୍ରେମାନନ୍ଦ ସରସ୍ବତୀ ଜି ଙ୍କ ଦ୍ଵାରା ଆରମ୍ଭ କରାଯାଇଛି। ପ୍ରଥମେ ମହାନଦୀ କୂଳରେ ପୁଜା କରାଯାଇ କଳସ ଶୋଭାଯାତ୍ରା ରେ ଅଣାଯାଇଥିଲା, ତା ପରେ ମହାନଦୀ ଆଳତୀ ଘାଟ ନିକଟରେ ଅବସ୍ଥିତ ଚନ୍ଦ୍ରଚୁଡ ମନ୍ଦିର ରେ ପୁଜା ଓ ହବନ କରାଯାଇ କଥାମୃତ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ପୂଜକ ବିଭିଷଣ ଚାନ୍ଦ, ଦେବାଶିଷ ପୁରୋହିତ, ରଞ୍ଜିତ ହୋତା, ଶିବ ପାଣିଗ୍ରାହୀ, ରମେଶ ପୁରୋହିତହଁ, ସୂର୍ଯ୍ୟେନ୍ଦ୍ର ଶତପଥି, ମିନୁପ୍ରସାଦ ମିଶ୍ର, ସୂର୍ଯ୍ୟ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସ୍ଵାଗତ ସମ୍ଵର୍ଦ୍ଧନା ଓ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ୬.୧୧.୨୩ ପର୍ଯ୍ୟନ୍ତ ଚାଲିବ। ଅନୁଷ୍ଠାନ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯିବା ର ଉଦ୍ଦେଶ୍ୟ ସାଧାରଣ ଲୋକ ଙ୍କୁ ଦେବୀ ମହିମା ଓ ତତ୍ତ୍ଵ ବିଷୟ ରେ ଅବଗତ କରାଇବା । ନବରାତ୍ର ପୂଜା କାହିଁକି କରାଯାଇଥାଏ ଓ ପ୍ରତି ଦିନ ପୂଜା ପାଇବାକୁ ଥିବା ଦେବୀ ମା ଙ୍କ ମହିମା ଓ କାହିଁକି ଆମେ ତାଙ୍କ ପୂଜା କରିବା ବିସ୍ତ୍ରୁତ ଭାବେ ସମସ୍ତଙ୍କୁ ଅବଗତ କରାଇବା ମୁଖ୍ୟ ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗ ଦେଇ ଅନୁଷ୍ଠାନ କୁ ଉତ୍ସାହିତ କରିବା ପାଇଁ ଅନୁରୋଧ କରାଯାଇଛି।