କାଲି ଖୋଲିବ ରତ୍ନଭଣ୍ଡାର

Jul 13, 2024 - 23:15
 8

ପୁରୀ: ଆସନ୍ତାକାଲି ଖୋଲିବ ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର। ଶ୍ରୀମନ୍ଦିର ପ୍ରଶାସନକୁ ଓଡ଼ିଶା ସରକାର ଦେଲେ ଏସଓପି। ତଦାରଖ କମିଟି ସଦସ୍ୟଙ୍କ ସହ ସରକାରଙ୍କ ଦ୍ବାରା ଚୟନ ହୋଇଥିବା ବଣିଆ ରତ୍ନଭଣ୍ଡାରକୁ ଯିବେ। ବଣିଆ ରତ୍ନ ଅଳଙ୍କାର ଚିହ୍ନଟ କରିବେ ଓ ଗଣତି ମଣତି କରିବେ ତଦାରଖ କମିଟି ସଦସ୍ୟ। ନିୟମ ଅନୁସାରେ, ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଶ୍ରୀମନ୍ଦିର ବାହାରକୁ ଯିବ ନାହିଁ। ତେଣୁ ଭିତର କାଠ ପାଖରେ ଏକ କୋଠରୀ ଅସ୍ଥାୟୀ ଭାବେ ଚୟନ କରାଯାଇଛି।