ଶ୍ରୀଜଗନ୍ନାଥ ଭକ୍ତ ସମାଜ ତରଫରୁ "ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମାନବୀୟ ଲୀଳା" ସମ୍ପର୍କରେ ଆଭାସୀ ଆଲୋଚନା ଚକ୍ର

Mar 31, 2025 - 19:06
 4
ଶ୍ରୀଜଗନ୍ନାଥ ଭକ୍ତ ସମାଜ ତରଫରୁ "ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମାନବୀୟ ଲୀଳା" ସମ୍ପର୍କରେ ଆଭାସୀ ଆଲୋଚନା ଚକ୍ର

ଭୁବନେଶ୍ବର: ଶ୍ରୀଜଗନ୍ନାଥ ଭକ୍ତ ସମାଜ ତରଫରୁ "ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମାନବୀୟ ଲୀଳା" ସମ୍ପର୍କରେ(ହିନ୍ଦୀ ଭାଷା) ଏକ ଆଭାସୀ ଆଲୋଚନା ଚକ୍ର ଅନୁଷ୍ଠାନର ସଭାପତି ଶ୍ରୀ ଶଙ୍କର୍ଷଣ ମଂଗରାଜଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପଣ୍ଡିତ ସୂର୍ଯ୍ୟକାନ୍ତ ରଥ ବୈଦିକ ମଂଗଳାଚରଣ ଗାନ କରିଥିଲେ। ଅନୁଷ୍ଠାନର ସଭାପତି ସଭାର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଡା.ଆଶୁତୋଷ ପ୍ରସାଦ ମିଶ୍ର ଆଲୋଚକ ଭାବେ ଯୋଗ ଦେଇ ମହାପ୍ରଭୁଙ୍କ ମାନବୀୟ ଲୀଳାର ରହସ୍ୟକୁ ଉପସ୍ଥାପନ କରିଥିଲେ। ସେ କହିଲେ ଯଥା ଦେହେ ତଥା ଦେବେ ଅର୍ଥାତ୍ ଯେପରି ସାଧାରଣ ଜୀବ ନିଜର ଶାରିରୀକ କାର୍ଯ୍ୟ କରେ, ମହାପ୍ରଭୁ ସେହିପରି କରିଥାଆନ୍ତି। ଯେପରି ସାଧାରଣ ଲୋକ ଜୀବନରେ ନାନା ରୋଗରେ ପଡିଥାଏ, ଉପଚାର ପାଇଁ ଔଷଧ ଗ୍ରହଣ କରେ, ମହାପ୍ରଭୁ ସେହିପରି ସ୍ନାନ ପୂର୍ଣ୍ଣିମାରେ ୧୦୮ କଳସୀ ଜଳ ସ୍ନାନ କଲା ପରେ ତାଙ୍କୁ ଜ୍ଵର ହୁଏ ଓ ସେ ଜ୍ୱର ପାଇଁ ଦେବବୈଦ୍ୟଙ୍କ ଠାରୁ ଚେରମୂଳୀ ଖାଇ ଜ୍ଵରରୁ ଉପସମ ପାଇଥାନ୍ତି । ଶୀତ ଦିନରେ ଘୋଡ଼ଲାଗି ଓ ଗ୍ରୀଷ୍ମକାଳରେ ଆଲଟ ଲାଗି ଓ ନରେନ୍ଦ୍ର ପୁଷ୍କରିଣୀରେ ନୌକାବିହାର, ଦେବ ଦୀପାବଳୀରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ କର୍ମ,ରଥ ଯାତ୍ରା ସମୟରେ ମହା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ରସଗୋଲା ପ୍ରଦାନ ତଥା ପ୍ରତ୍ୟେହ ମନୁଷ୍ୟ ପ୍ରଭାତରୁ ଶଯ୍ୟାତ୍ୟାଗ କରିବା ଠାରୁ ରାତ୍ରା ଶୟନ ପର୍ଯ୍ୟନ୍ତ ଯେପରି କର୍ମମାନ କରିଥାଏ, ମହାପ୍ରଭୁ ଠିକ୍ ସେହିପରି ଦୈନିକ କର୍ମ କରିଥାଆନ୍ତି ବୋଲି ସେ ମତବ୍ୟକ୍ତ କରିଥିଲେ। ଏଥିରେ ଶ୍ରୀମନ୍ଦିର ପୁରୋହିତ ପ୍ରୋ-ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପ୍ରୋ-ଗୌରପ୍ରିୟା ଦାଶ, ପ୍ରୋ-ସାବିତ୍ରୀ ଶତପଥୀ,ଡ଼-ପ୍ରଦୀପ ଚନ୍ଦ୍ର ଆଚାର୍ଯ୍ୟ,ଅତୁଲ୍ ଶର୍ମା, ଶମ୍ଭୁ ସିଂ, ନୀତିନ୍ ଦୀକ୍ଷିତ୍ , ନରେଶ କୁମାର, ବିଜୟ କୁମାର ପଣ୍ଡା ତଥା ଦେଶର ବିଭିନ୍ନ ସ୍ଥାନରୁ ପଚାଶ ରୁ ଅଧିକ ଭକ୍ତ ଯୋଗଦାନ କରିଥିଲେ। ସୁଶ୍ରୀ ପୂର୍ଣ୍ଣିମା ମାଳା ଓ ଶ୍ରୀମତୀ ହରପ୍ରିୟା ରଥ ଭକ୍ତି ସଂଗୀତ ଗାନ କରିଥିଲେ। ସଂପାଦକ ଡ.ଶଶିକାନ୍ତ ରଥ ସଭା ପରିଚାଳନା କରିଥିଲେ। ଶ୍ରୀ କାର୍ତ୍ତିକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।