ଓଡିଶା ୨ ଡିପଥେରିଆ ରୋଗୀଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଏମ୍ କେ ସି ଜି ହସ୍ପିଟାଲ୍ ରେ ଦୁଇ ଜଣ ଡିପଥେରିଆ ରୋଗୀଙ୍କ ମୃତ୍ୟୁ ହୋଇଛି। ଗତକାଲି ରାତିରେ ଜଣେ କୋରାପୁଟର ୧୦ ବର୍ଷର ବାଳକ ପ୍ରାଣ ହରାଇଥିବା ସୂଚନା ମିଳିଛି। ପୂର୍ବରୁ ରାୟଗଡ଼ାରେ ଜଣେ ନାବାଳିକାର ମୃତ୍ୟୁ ହୋଇଥିଲା। ଏମ୍ କେ ସି ଜି ରେ ୩ ଜଣ ଶିଶୁ ଚିକିତ୍ସାଧୀନ ଅଛନ୍ତି। ରାୟଗଡ଼ା ପରେ କୋରାପୁଟରେ ବ୍ୟାପୁଛି ଡିପଥେରିଆ।