ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଦିବଙ୍ଗତ ଶ୍ରୀ ରବୀନ୍ଦ୍ର ନାରାୟଣ ମିଶ୍ର ଙ୍କ ବିୟୋଗ ରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଭୁବନେଶ୍ୱର: ଶ୍ରୀ ମନ୍ଦିରର ପୂର୍ବତନ ପ୍ରଶାସନିକ ଅଧିକାରୀ ରବିନ୍ଦ୍ର ନାରାୟଣ ମିଶ୍ର ଙ୍କ ଦେହାନ୍ତ ହୋଇଯାଇଛି । ସେ ଜଣେ ସମର୍ପିତ କର୍ତ୍ତବ୍ୟନିଷ୍ଠ ଅଧିକାରୀ ଓ ମହାପ୍ରଭୁଙ୍କର ଜଣେ ଅନନ୍ୟ ଭକ୍ତ ଭାବରେ ପରିଚିତ ଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଗୁଗଲ ମିଟ୍ ରେ ଦିବଙ୍ଗତ ଶ୍ରୀ ରବିନ୍ଦ୍ର ନାରାୟଣ ମିଶ୍ର ଙ୍କ ବିୟୋଗ ରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ପରିଷଦ ର ସଦସ୍ୟ ଓ ସଦସ୍ୟା ମାନେ ଏହି ଗୁଗଲ ମିଟ ରେ ଉପସ୍ଥିତ ରହି ତାଙ୍କ ଜିବନରେ ଘଟି ଥିବା ସ୍ମରଣୀୟ ଘଟଣା ବିଷୟରେ ଆଲୋଚନା କରିଥିଲେ। ଏହି ମିଟ୍ ରେ ପ୍ରଭାତ କୁମାର ନନ୍ଦ, ରବି ନାରାୟଣ ମହାପାତ୍ର ରବିନାରାୟଣ ମିଶ୍ର, ହର ପ୍ରିୟା ବେହେରା, ଜିତେନ୍ଦ୍ର ମହାନ୍ତି, ଶୁଭେନ୍ଦୁ ମହାନ୍ତି, ବଂଶୀଧର ନାୟକ, ଲୋପାମୁଦ୍ରା ମହାନ୍ତି, ନରେନ୍ଦ୍ର ପ୍ରସାଦ ନାୟକ, ସତ୍ୟକାମ ମହାନ୍ତି ପ୍ରୀତିବାସ ଗୋଚ୍ଛାୟତ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ତାଙ୍କ ଅମର ଆତ୍ମାକୁ ଶ୍ରୀ ଚରଣରେ ସ୍ଥାନ ଦିଅନ୍ତୁ ନିମନ୍ତେ ପ୍ରାର୍ଥନା କରିଥିଲେ।