ଜଲାପୁଟ ଜଳଭଣ୍ଡାରରୁ ଆଉ ଜଣଙ୍କ ମୃତଦେହ ଉଦ୍ଧାର
ଲମତାପୁଟ: କୋରାପୁଟ ଜିଲ୍ଲା ଜଲାପୁଟ ଜଳଭଣ୍ଡାରରୁ ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। କାଲି ଜଣଙ୍କ ମୃତଦେହ ଉଦ୍ଧାର ପରେ ଆଜି ଆଉ ଜଣଙ୍କ ମୃତଦେହ ମିଳିଥିବା ସୂଚନା। ୩ ଦିନ ପରେ ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ଦ୍ବାରା ମୃତଦେହ ଉଦ୍ଧାର କରାଯାଇଛି। ଜଳଭଣ୍ଡାରରେ ଡଙ୍ଗାରେ ଚଢ଼ି ସେଲ୍ଫି ନେବାବେଳେ ଅଘଟଣ ଘଟିଥିଲା। ଡଙ୍ଗା ଓଲଟି ପଡ଼ିବାରୁ ଜଳଭଣ୍ଡାରରେ ଭାସି ୨ ଯୁବକ ନିଖୋଜ ଥିଲେ।