ସମ୍ବଲପୁରରେ ଏନକାଉଣ୍ଟର; ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଲମ୍ବଡୁଙ୍ଗୁରୀ ଠାରେ ପୋଲିସ୍ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମହେଶ କୁମାର ଆହତ ହୋଇଥିବା ଜଣାପଡ଼ିଛି। ଅଇଁଠାପାଲି ଥାନା ପୋଲିସ ପକ୍ଷରୁ ହୋଇଛି ଏନକାଉଣ୍ଟର। ମହେଶ କୁମାରର ବାମ ଗୋଡ଼ରେ ବାଜିଛି ଗୁଳି। ମହେଶ କୁମାର ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ମହେଶ ଠାରୁ ବନ୍ଧୁକ ସହ ୪୦,୦୦୦ ଟଙ୍କା ଜବତ କରାଯାଇଛି।