ଭୁବନେଶ୍ବରରେ ସ୍କୁଟି ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରକ୍; କେନ୍ଦ୍ରାପଡ଼ାରେ କାର୍ ଧକ୍କାରେ ଭାଙ୍ଗିଲା ୭ ବାଇକ୍

Nov 29, 2023 - 11:59
 11

ଭୁବନେଶ୍ୱର: ଭୁବନେଶ୍ୱର ରସୁଲଗଡ଼ ଛକ ନିକଟରେ ଜଣେ ସ୍କୁଟି ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରକ୍। ତାଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ୍ ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ବାଙ୍କବନ୍ଧ ନିକଟରେ ଏକ ମାଂସ ଦୋକାନ ସାମ୍ନାରେ ଥିବା ୭ଟି ବାଇକ୍ ଉପରେ ମାଡ଼ିଗଲା କାର୍। କାର୍ ମାଡ଼ିଯିବାରୁ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଧକ୍କା ଦେବା ପରେ ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟିହୋଇ ଓଲଟି ପଡ଼ିଥିଲା କାର୍। ଏହା ପରେ ଚାଳକ ଫେରାର ହୋଇଯାଇଥିବା ସୂଚନା ମିଳିଛି।