ଓଡ଼ିଶାର ସମସ୍ତ ୩୧୪ ବ୍ଳକ୍ ରେ ହେବ କଏନ୍ ବଦଳ ମେଳା
ଭୁବନେଶ୍ୱର: ଓଡ଼ିଶାର ସମସ୍ତ ୩୧୪ ବ୍ଲକ୍ ରେ ହେବ କଏନ୍ ବଦଳ ମେଳା। ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ଶାଖା ପକ୍ଷରୁ ଡିସେମ୍ବର ୨୦୨୩ ରୁ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ଚାଲିବ ଏହି ମେଳା। ଏଥିରେ ୫୦ ପଇସା ରୁ ୨୦ ଟଙ୍କାର କଏନ୍ ବଦଳାଇ ପାରିବେ ଲୋକେ। ଏହା ବ୍ୟତୀତ ଚିରା ଫଟା ନୋଟ ମଧ୍ୟ ବଦଳାଇ ହେବ। କୌଣସି ବ୍ୟାଙ୍କ କଏନ୍ ବଦଳାଇବାକୁ ମନା କରିପାରିବେ ନାହିଁ ବୋଲି କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ଶାଖା ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି।