ଭୁବନେଶ୍ୱର ବାଲିଅନ୍ତା ବଜାରରେ ଖୋଲିଲା "ହୋମ ପ୍ଲସ ସୁପର ମାର୍ଟ"
ଭୁବନେଶ୍ୱର: ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବାଲିଅନ୍ତା ବଜାରରେ "ହୋମ ପ୍ଲସ ସୁପର ମାର୍ଟ" ଖୋଲାଯାଇଛି। ଜଣେ ବ୍ୟକ୍ତି ଗୋଟେ ଛାତ ତଳେ ଘରର ସମସ୍ତ ଉପକରଣ ଯେପରି ପାଇ ପାରିବ ତାର ସମସ୍ତ ପ୍ରକାର ବନ୍ଦୋବସ୍ତ ଏଠାରେ କରାଯାଇଛି। ଗରାଖ ସମସ୍ତ ଜିନିଷ କିପରି ଉପଯୁକ୍ତ ମୂଲ୍ୟ ଦେଇ ପାଇବା ସହ ଆନୁଷଙ୍ଗିକ ସେବା ପାଇ ପାରିବେ ସେଥିପାଇଁ ମୂଖ୍ୟତ ପ୍ରୟାସ କରାଯିବ ବୋଲି ମାର୍ଟ ର ମୁଖ୍ୟ ଦୀପକ ବାବୁ ସମସ୍ତଙ୍କୁ ଜଣାଇଥିଲେ। ଏହି ସୁପର ମାର୍ଟ ଉଦଘାଟନ ନିମନ୍ତେ ପୁରୀ ଶ୍ରୀମନ୍ଦିରର ଶ୍ରୀଜଗନ୍ନାଥଙ୍କ ସେବକ ଶ୍ରୀ କିର୍ତ୍ତୀ ପ୍ରକାଶ ଦାସ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଡ଼ ନାରାୟଣ ମହାପାତ୍ର, ଇଞ୍ଜିନିୟର ଦିଲ୍ଲୀପ ପଟ୍ଟନାୟକ, ମନୋଜ କୁମାର ରାଉଳ, ସୁବାସ କୁମାର ଜଗତି, ଓ ବହୁ ଶୁଭ ଚିନ୍ତକ ଯୋଗ ଦେଇଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ସମସ୍ତେ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ସୁପର ମାର୍ଟ କୁ ଉଦଘାଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଦୀପକ ବାବୁଙ୍କ ବାପା, ମା ଓ ପୁରା ପରିବାର ଯୋଗ ଦେଇଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସୁପର ମାର୍ଟ ଭଲ ଭାବେ ଚାଲିବାକୁ ସମସ୍ତେ କାମନା କରିଥିଲେ।