କଟକରେ ଫାଙ୍କା ଗୁଳି ଫୁଟାଇ ସୁନା ଅଳଙ୍କାର ଓ ଟଙ୍କା ଲୁଟ୍
କଟକ: କଟକ ମତ୍ତଗଜପୁର ଲେବୁଲ କ୍ରସିଂ ନିକଟରେ ଫାଙ୍କା ଗୁଳି ଚାଳନା କରି ସୁନା ଅଳଙ୍କାର ଓ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ୩ଟି ବାଇକ୍ ରେ ୫ରୁ ୬ ଜଣ ଦୁର୍ବୃତ୍ତ ଆସି ଜଣେ ବ୍ୟବସାୟୀଙ୍କ ଠାରୁ ଲୁଟ୍ କରିଥିବା ଜଣାପଡ଼ିଛି। ଗୁଳିମାଡ଼ରେ କେହି ଆହତ ହୋଇନାହାନ୍ତି। କନ୍ଦରପୁର ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।