ମୋ ଘର ଯୋଜନାକୁ ଓଡ଼ିଶା କ୍ୟାବିନେଟ୍ ମଂଜୁରୀ

ODISHA CABINET APPROVES MO GHARA SCHEME

May 29, 2023 - 09:03
Aug 24, 2023 - 14:03
 10
ମୋ ଘର ଯୋଜନାକୁ ଓଡ଼ିଶା କ୍ୟାବିନେଟ୍ ମଂଜୁରୀ

ଭୁବନେଶ୍ୱର: ଆଜି ମୁଖ୍ଯମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିବା ରାଜ୍ଯ କ୍ୟାବିନେଟର ବୈଠକରେ ୧୮ଟି ପ୍ରସ୍ତାବକୁ ମିଳିଛି ମଂଜୁରୀ। ମୋ ଘର ଯୋଜନାକୁ ମଂଜୁରୀ ଦେଇଛନ୍ତି ରାଜ୍ଯ ସରକାର। ଏଣିକି ଗ୍ରାମାଞ୍ଚଳରେ ଘର ତିଆରି ପାଇଁ ସୁଧ ମୁକ୍ତ ଋଣ ଭାବେ ଏହି ସହାୟତା ପ୍ରଦାନ କରାଯିବ। ୪ଲକ୍ଷ ହିତାଧିକାରୀ ଏହି ସୁବିଧା ପାଇପାରିବେ। ଦୁଇଟି ଫିଲ୍ମ- Delivery boy ଓ Zwigato କୁ କରମୁକ୍ତ କଲେ ରାଜ୍ଯ ସରକାର।

ସେହିପରି ଶ୍ରିଶଙ୍କର କର୍କଟ ଗବେଷଣା ପ୍ରତିଷ୍ଠାନକୁ ପଂଜିକରଣ ଫି ଛାଡ କରାଯାଇଛି। ନିଷ୍ପତ୍ତି ଅନୁଯାୟୀ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ପାଇଁ ୩୩୦.୧୭ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବକୁ ଦିଆଯାଇଛି ମଂଜୁରୀ। ବଲାଙ୍ଗିର ଜିଲ୍ଲାର ୬ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଧ୍ଯ ମିଳିଛି ମଂଜୁରୀ। ଏହି ଯୋଜନାରେ ୨୨୨ ଗାଁର ୧.୬୧ ଲକ୍ଷ ଲୋକ ପାନୀୟ ଜଳ ସୁବିଧା ପାଇପାରିବେ।