ବୈଷ୍ଣବଧାମ ଯାତ୍ରା ରେ ଥିବା ସମସ୍ତ ସଦସ୍ୟ ଓ ସଦସ୍ୟା ମାନଙ୍କ ଦ୍ଵାରା ବାଲେଶ୍ଵର ଟ୍ରେନ ଦୁର୍ଘଟଣା ଦ୍ଵାରା କ୍ଷତିଗ୍ରସ୍ତ ଜନସାଧାରଣଙ୍କ ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

Jun 4, 2023 - 15:51
Aug 24, 2023 - 14:02
 4
ବୈଷ୍ଣବଧାମ ଯାତ୍ରା ରେ ଥିବା ସମସ୍ତ ସଦସ୍ୟ ଓ ସଦସ୍ୟା ମାନଙ୍କ ଦ୍ଵାରା ବାଲେଶ୍ଵର ଟ୍ରେନ ଦୁର୍ଘଟଣା ଦ୍ଵାରା କ୍ଷତିଗ୍ରସ୍ତ ଜନସାଧାରଣଙ୍କ ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ନିକଟରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଏହି ଦୁର୍ଘଟଣାରେ ବିୟୋଗ ଘଟିଥିବା ସମସ୍ତ ଯାତ୍ରୀ ମାନଙ୍କ ପାଇଁ ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜତ କରାଯାଇଥିବା ବୈଷ୍ଣବଧାମ ଯାତ୍ରା ର ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ଓ ସେମାନଙ୍କର ପରିବାର ବର୍ଗଙ୍କୁ ଏହି ଦୁଖଦାୟକ ଘଟଣା ର ସମ୍ମୁଖିନ ହେବାକୁ ଇଶ୍ୱର ଶକ୍ତି ପ୍ରଦାନ କରିବା ପାଇଁ ପ୍ରାର୍ଥନା କରିଛନ୍ତି। ପରେ ୨ ମିନିଟ ସମସ୍ତେ ନୀରବ ପ୍ରାର୍ଥନା କରି ମା ଆଦିଶକ୍ତି ଙ୍କ ପାଖରେ ଆତ୍ମା ର ସଦଗତି ନିମନ୍ତେ କାମନା କରିଥିଲେ। ଏହା ସହିତ ଆହାତ ହୋଇଥିବା ସମସ୍ତ ଯାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି । ଏହି ଦୁଃଖଦାୟକ ସମୟରେ ମା ଆଦିଶକ୍ତି ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ପରିବାର ବର୍ଗଙ୍କୁ ଅସୀମ ସାହାସ ଓ ଧୈର୍ଯ୍ୟ ପ୍ରଦାନ କରନ୍ତୁ, ଉଦ୍ଧାର କାର୍ଯ୍ୟ ରେ ଉପସ୍ଥିତ ରହି ସହଯୋଗ କରିଥିବା ସମସ୍ତ ଜନସାଧାରଣ ଙ୍କୁ ହୃଦୟ ରୁ କୃତଜ୍ଞତା ଜ୍ଞାପନ କରାଯାଇଛି।