ମହିଳା ପୋଲିସ୍ ଇନ୍ସପେକ୍ଟରଙ୍କୁ ଆକ୍ରମଣ

Feb 20, 2024 - 00:24
 9

ବାଲେଶ୍ଵର: ଜୁଆ ଆଡ୍ଡା ଉପରେ ଚଢ଼ାଉ ବେଳେ ଜଣେ ମହିଳା ଇନ୍ସପେକ୍ଟର ଇନ୍ ଚାର୍ଜ (ଆଇଆଇସି) ଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଗତକାଲି ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲା ତାଳସାରୀ ସାମୁଦ୍ରିକ ଥାନା ଆଇଆଇସି ଚମ୍ପାବତି ସୋରେନ୍ ଜୁଆ ଖେଳ ହେଉଥିବା ଖବର ପାଇ ଏକ ଦୋକାନରେ ଚଢ଼ାଉ କରିଥିଲେ। ଏହା ପରେ କିଛି ବ୍ୟକ୍ତି ତାଙ୍କ ସହ ଯୁକ୍ତି ତର୍କ କରିଥିଲେ ଓ ପରେ ଆକ୍ରମଣ କରିଥିଲେ। ପୋଲିସ୍ ଗାଡ଼ି ଡ୍ରାଇଭରଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା। ଖବର ପାଇ ଏକ ପୋଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରିଥିଲା। ଏହି ଘଟଣାରେ ୨୦ ଜଣଙ୍କୁ ଅଟକ ରଖିଛି ପୋଲିସ୍।